ଶୁଣାଯାଉଛି ଆକୁଳ ଚିତ୍କାର ତୁମ ନିର୍ଜୀବ ଦେଶରେ କିଏ ବୋଧହୁଏ ଖୋଦୁଛି ପଥରରୁ ଆଖି କାନ ଓଠ, ଶୀରା ଓ ଧମନୀ, ଧ୍ୱନି କେଉଁଠୁ ଉତ୍ପନ୍ନ ହେଉଛି ଜଗତ ତ ନିଘୋଡ ନିଦରେ ବହୁଦିନତଳୁ ତାଲା ପଡିଛି ସମ୍ପର୍କ ସେତୁରେ ତୁମ ବେଢାରେ ଅନେକ ରକମର କାର୍ଯ୍ୟକ୍ରମ ଭୋକମାନେ ଖୁମ୍ପୁଛନ୍ତି ଚଟ୍ଚାଣ ଦୀପମାନେ ଜାଳୁଛନ୍ତି ଦୁଃଖ, ଘିଅ ବତୀ କଥାବାର୍ତ୍ତା ହେଉଛନ୍ତି କିଏ କଣ ମନାସିଛି, ଦଶ ଦିଗରେ ଘୁମୁରୁଛନ୍ତି ଅଭାବର ଭାବ, ଏବଂ ଯନ୍ତ୍ରଣା ବିଭୋରContinue reading “ତୁମକୁ ଯାହା ଅଦୃଶ୍ୟ”
Category Archives: Uncategorized
ନିଦର ଅନ୍ୟନାମ
ମୁଁ ଶୋଇଥିଲା ବେଳେ ଫୁଲ ପାଖୁଡା ମେଲାଏ ପାଚିଲା ପତ୍ର ଓ ଫଳ ଝଡେ ଈଶ୍ୱର ନିରେଖୁଥା’ନ୍ତି ମର୍ତ୍ତ୍ୟ ସ୍ୱର୍ଗ ପାତାଳର ହାଲ୍ ଚାଲ୍ କୋଠରୀ ଭିତରେ ବାହାରେ ଅନ୍ଧାରକୁ ତଡୁଥାଏ ଆଲୁଅ ଆଲୁଅକୁ ଅନ୍ଧାର ରାଜା ଗାଦି ଛାଡେ ମୁକୁଟ ଖୋଜୁଥାଏ ମଥା ଅମାବାସ୍ୟା ଜହ୍ନ ଆଲୁଅରେ ନଈପଠାରେ ଲମ୍ବା ଭୂତ ହାବୁଡରେ ଅନେକେ ପଡନ୍ତି ବୁଦା ମୁଳରୁ ଖସ୍ ଖସ୍ ଶବ୍ଦ ସାପ କାତି ଛାଡୁଥାଏ ନିରାପଦ କାନ୍ଥ ସନ୍ଧିରେ ସମ୍ବାଳୁଆ ଘର ତିଆରୁଥାଏContinue reading “ନିଦର ଅନ୍ୟନାମ”
ଅକ୍ଷରଂକ ଖେଳ
ଦ୍ୱାର ଧୀରେ ଖୋଲେ ମୁଠେ କଅଁଳ ଅକ୍ଷରଂକ କରାଘାତରେ ଆରପଟେ ଅପେକ୍ଷା କରିବାକୁ ହୁଏ ଖୋଲିବା ପୂର୍ବରୁ ସେମାନେ ଫେରିଗଲେ ଅଗଢା ରହିଯାଏ ଶବ୍ଦ ବାକ୍ୟ ମୁଖବନ୍ଧ ବି ଅସମାପ୍ତ, ଶବ୍ଦଂକ ପଘାରେ ଚପାକଷ ବାନ୍ଧିବାକୁ ପଡେ ଅକ୍ଷରଂକ ଯୁ ନଚେତ ପୃଥିବୀ କମ୍ପିବ ଯେବେ ତିଳେ ହଲିଯିବେ ପରମାଣୁଠାରୁ ଜବର ନିରିହ ଅକ୍ଷର, ଶବ୍ଦଂକୁ ମନେଇ ଗଢାହୁଏ ଆକାଶ ପବନ ଅତୀତ ବର୍ତ୍ତମାନ ଛୁଟେ ଅନ୍ଧାରରୁ ଆଲୁଅର ଧାର ଗୋଲାପ କଣ୍ଟାରୁ ଅତର ଅଲିଭା କାଳିContinue reading “ଅକ୍ଷରଂକ ଖେଳ”
The forsaken
Her remains never remainedFire engulfed trust and truthAshes smelled fishyDid you hear her scream Mother?Which heaven do you live in?What is your address?Who converted the flower to a stone? Why is she so helpless?She is not accepted at her own door,Why has she to embrace embarrassmentDo you remember her? How could you forget your part?YourContinue reading “The forsaken”
ଅ-ମଣିଷ
ଯଦି ବଳୁଆ ମାଟିରେ ପୋତା ହୋଇଥିବା ମଂଜି ପାଣି ପବନ ଖରା ଯେତେ ଅଜାଡିଲେ ଆଖି ଖୋଲେନି, ଆଉ ଏକ ଫୁଲ ଫୁଟିବା ଆଗରୁ ବାଲ୍କୋନିର କୁଣ୍ଡ ବିଦ୍ରୋହ କରେ…. ପ୍ରଶ୍ନ ପରେ ପ୍ରଶ୍ନ କରି ସମୟ ଥକେନି, ଅସ୍ଥିର ପବନ , ପାଣି ,ନିଆଁ , ଆକାଶ ଏବଂ ଅନିୟନ୍ତ୍ରିତ ସମୟର କୋଳରେ ଆଶ୍ରୟ ଲୋଡିବା କେତେ ଯଥାର୍ଥ ଜୀବନ ଖୋଜୁଥାଏ ଉତ୍ତର, ଫିକା ଆକାଶରେ ଦି’ଟା ଗୁଡି ଟଣାଟଣି ଜଣେ କଟିଲେ ଆରକ ଉଡିବContinue reading “ଅ-ମଣିଷ”
ଆଶ୍ୱିନର ବର୍ଷା
ଆଜି ପୁଣି ମେଘ ସରସରକ୍ଳାନ୍ତ ସକାଳଶାଣଦିଆ ପବନରହାଡ ମାଂସ ଟିକ୍ ଟିକ୍ କାଟିପାରୁଥିବା ଧାରଆକାଶରେ ରୀତିମତ ଯୁଦ୍ଧର ହୁଂକାରଝର୍କା କାଚରେ ପାଣି ବୁନ୍ଦାଂକର ଖେଳଏକ ଆରକୁ ଟପିବାର ଭୟଂକର ଆଳ ଆଶ୍ୱିନ-ଆଶାର ତୀବ୍ର ବିଡମ୍ବନାଶିର୍ ଶିର୍ ଛୁଇଁଦେଇ ନିଗିଡିଯିବାର ବାହାନାଆର୍ଦ୍ରତାରୁ କିଛି ଛାଡିଯିବାର କୌଶଳଝରୁ ଝରୁ ନିଃଶେଷ ହେବାର ଚମତ୍କାର ଛଳଖରା ବର୍ଷାର ସାନିଧ୍ୟ ଲୋଡୁଥିବାଇନ୍ଦ୍ରଧନୁର ଶୀର୍ଣ୍ଣ ଆୟୁଷ୍କାଳ, ପାହାଡ ଭାଂଗିପଡିବାର ବିକଟାଳ ଶବ୍ଦଭୂଇଁ ଫାଟିବାର କଟକଟ ଆବାଜବିଦ୍ରୋହ ତମାମ୍ ସହରରେ ବାଟ ଅବାଟରେଶ୍ୱାସକ୍ରିୟାରେ ହୃଦ୍ ଯନ୍ତ୍ରରେଭାବContinue reading “ଆଶ୍ୱିନର ବର୍ଷା”
ଶବ୍ଦ ନ ଥିଲା ବେଳେ
ତୁମେ କେଉଁ ପାହାଚରେ? ମୁଁ ତ ପହଁଚୁଛି ପ୍ରାୟ ଅଟକି ନଥିବା ବୟସର ଏଡେ ଆୟୋଜନ ବେଂଚ୍ ପକେଇ ସାରିଛି ଧୂଷର ଅତୀତ ଧୂଳି ପୋଛିଦେବ ଚଇତି ବାଆ ବର୍ଷା ଟେକି ଧରିବ ଛତା ଖରା ମଧ୍ୟ ରାଜି ସମ୍ଭାଳିବ ତାତି ଅକୁହା କଥା ଗଳା ସଫା କରୁଥିବେ ମୋର କିଛି ନାଟକୀୟ ଶବ୍ଦ ଲୋଡା ବାସ୍ତବତାଠାରୁ ଦୂରକୁ ନେଇଯାଉଥିବ ପରିବର୍ତ୍ତିତ ସମୟର ପ୍ରତିଶ୍ରୁତି ଦେଇପାରୁଥିବ ମୋ ଅନ୍ଧାରପଣକୁ ଲୁଚାଇ ପାରୁଥିବ ଧାର୍ ମାଗୁଛି ଆଣୁଛ ତ!Continue reading “ଶବ୍ଦ ନ ଥିଲା ବେଳେ”
ବେଂଗ
ନିକଟରେ କଂକି ମାଳ ମାଳମୋ ଜିଭରେ ଅଠା ବି ନାହିଁଅଠା ଥିଲେ ବି ଫାଇଦା ନାହିଁମୋ ଠାରୁ କିଛି ଦୂରରେ ସାପସନ୍ତର୍ପଣରେ ବଢୁଛି ମଣିଷର ଛଦ୍ମବେଶୀ ଇଚ୍ଛାମୁଁ ରୋକିପାରିବିନିପରିଚିତ ଅବା ଅପରିଚିତଇଚ୍ଛାଂକ ଆଡକୁ ମୋ ରାସ୍ତା ଲମ୍ବିଛିମୋର ସାକ୍ଷୀ ହେବାକୁକେବଳ ମୁଁ ସମର୍ଥ ମୋ ଦେହ ଭିତରେ ଗୋଟେ ମୃତ ଆତ୍ମାଦେହର ରଂଗ ଅନ୍ଧାରଅନ୍ଧାରରେ ଘଟେ ନ ଘଟିବା କଥାଥରେ ପଶିଗଲେଆଲୁଅ ହରାନ୍ତି ଆଖିରୁ ସେମାନେ ଚାରିକଡେ ମୋ ଜଳିବାର ଗନ୍ଧମୃତ୍ୟୁ ତ ଧାଉଁଛି ପଛରେମୁଁ ନିଆଁରେContinue reading “ବେଂଗ”
ବନ୍ଦୀଘର
ଜାରି ରହିଛି ଏକ ରହସ୍ୟମୟ ଯୁଦ୍ଧଅନିଶ୍ଚିତତାର ଧୂଆଁରେ ଆଚ୍ଛନ୍ନ ଆକାଶପୃଥିବୀର ଆବର୍ତ୍ତନ ନାମକୁ ମାତ୍ରମୋ’ ଗତିବାନ ଅବସ୍ଥିତି ଶିଥିଳମୋର ଦ୍ୱିତୀୟ ମହଲା ଆପାର୍ଟମେଣ୍ଟରେ,ଦୟାଳୁ ସମୟ ପୋଷିଛି ମୋତେବିଷାଦର ଶେଜରେ ନିଦରେଅଟକି ଯାଇଛି ମୁଁଉଜାଗର ଅନ୍ଧାରର ନିବିଡ ଆଲିଂଗନରେହାତ ଓ ପାଦରେ ବେଡି, ଝର୍କା ଖୋଲେ ସିଧାକୃଷ୍ଣଚୂଡାର ମନମତାଣିଆ ରଂଗର ଆମନ୍ତ୍ରଣ ଓଲଗାତାର ବର୍ଷାର ଅସହାୟତା ଆଡେ,ବ୍ୟବଧାନ ଏତେ ବେଶୀ ନୁହେଁମଝିରେ ବିଚାରାଧୀନ ଶୂନ୍ୟ ସ୍ଥାନସେଠି ଗୋଟେ ନଥିବାପଣର କମ୍ପନସେ କମ୍ପନର ତୀବ୍ରତାମୋ ଚପଳ ଆତ୍ମାକୁ ବାରମ୍ବାର ଫେରାଇContinue reading “ବନ୍ଦୀଘର”
ଆଗନ୍ତୁକ
ହ୍ୱିଲ୍ ଚେୟାର୍ ରେନିସ୍ତେଜ ବସିଯାଇଥିଲେବୟସୋତ୍ତୀର୍ଣ୍ଣ କ୍ଲାନ୍ତ ଯେତେକଠେଲିବାକୁ ପଡୁଥିଲା ପଛରୁ,ରାତିକୁ ଡରେଇବାକୁବାଦୁଡି ହୋଇ ଲାଖିଥିଲେ କିଛିଝୁଲୁଥିଲେ ପିଜୁଳି ଗଛରୁ,କାନ୍ଥର ଆତ୍ମାରେଟାଣପଣ ଜାହିର୍ କରୁଥିଲେ ଅନେକଟେବୁଲ୍ ର ସମସ୍ତ ସାଜସଜ୍ଜା ହଲଉଥିଲେସହିପାରୁନଥିବା ପବନରେ,କେତେକ ମେଘରଅଦିନ ସୁଆଂଗରେ ଭଳିଲେନି,ଅନ୍ୟମାନେ ଖଣ୍ଡ ଖଣ୍ଡ ହୋଇଗଲେପ୍ରେମର ବିସ୍ଫୋଟନରେ। ତୃଷ୍ଣା ଜର୍ଜରିତ ଭାବନା ମାନେଗଳ୍ପ କବିତାର ଗହଳିରେଭେଟିଥିଲେ ପରସ୍ପରକୁ,ନିଜ ନିଜ କଳା କୌଶଳରେକିଏ କେତେ ପାରଂଗମଶବ୍ଦଗୁଡ଼ିକ ଭିତରେ ଜିଦ୍ଦିବାଦିରେବାଣ୍ଟି ହୋଇ ଯାଇଥିଲେ। ମୁଁ ଆବୁଡା ଖାବୁଡା ହୃଦୟକୁଭରୁଥିଲି ଗଦା ଗଦା ସ୍ମୃତି ପାଉଁଶରେମନବଗିଚାର କଣ୍ଚାବାଡରୁବଢିଯାଇଥିବାContinue reading “ଆଗନ୍ତୁକ”