ତିନୋଟି କବିତା

୧

ରାତିର କୋଳାହଳରେ
ଅଶାନ୍ତ ଅନୁଚ୍ଛେଦ ମାନଂକ
ବିଳାପ ଶୁଣାଯାଏ
ପୂର୍ଣ୍ଣଛେଦ କାଇଁ
ଗୋଟେ ନସରୁଣୁ
ଅନ୍ୟ ଏକ ବାକ୍ୟ ଆରମ୍ଭ
ସ୍ୱତଃ ହେଇଯାଏ
ଅକ୍ଷର ହାଉଯାଉ
ଶବ୍ଦର ଅର୍ଥ ଥାଉ କି ନଥାଉ
ବଢିଚାଲେ ଦଖଲ ଜମିର
କ୍ଷେତ୍ରଫଳ
ଚିରିଯାଏ ପୁରୁଣା ପୃଷ୍ଠା ଫାଳ ଫାଳ
ସ୍ପନ୍ଦନ
ଜାରି ଥାଏ ରୁଗ୍ଣ ହୃଦୟରେ।

୨
ଉପହାରତକ
ଆଷାଢ ବର୍ଷାରେ
ଧୋଇ ହେଇ ଚକ୍ ଚକ୍
ମଇଳା ଧରନ୍ତିନି କି
ଭଂଗା ଅତୀତର ବିଳାପ
କଦାପି ଶୁଣାନ୍ତିନି ସେମାନେ
ଜାବୁଡି ଧରିଥାନ୍ତି ଛୁଇଁଥିବା
ସମସ୍ତ ହାତର କର୍କଶ ପରଶ
ଦେଖଣାହାରୀର ହିଂସୁକ ହସ।
୩

ବର୍ଷକରେ ଥରେ
ସଜ ହେଇ ପର୍ବ ଆସେ
ହାଜିଋା ପକାଇ ଯାଏ
କିଏ ପାଳୁ କିଏ ନପାଳୁ
ଋତୁମାନେ ଡେଣା ଝାଡି
ଆଗ ପଛ
ନିୟମର ଆକାଶରୁ ଓହ୍ଲାନ୍ତି
ଭୂକମ୍ପରୁ
ମୂଲ୍ୟବାନ ସମ୍ପତ୍ତିର
ପୁନରୁଦ୍ଧାର କରୁଥାଏ ପୃଥିବୀ।
———-/—————

© ® Rashmi Mohapatra

Leave a Reply

Create your own website, free on WordPress.com.Create your own website.
Start free