ପାଦ ଯୋଡିକ ଦେ
ମୁଁ ପୋଛିଦିଏ
ତୁ ମାଡିଥିବା ବିଷାଦ ତକ
କାଢିଦିଏ
ଯନ୍ତ୍ରଣାର କଣ୍ଟାତକ|
ନିରୋଳାପଣର ଦ୍ୱୀପ
ଦେଖାଇ ଦେ
ତୋ ନିର୍ଜନତାର ଉଆସ ଖୋଲ
ମୁଁ ମୋ କୋଳାହଳର
ଗଳି କନ୍ଧି ଖଂଜିଦେବି|
ନେଇଯା ମଲ୍ଲୀ
ତୋ ମନ ମୁତାବକ
ନେ ମହକ
ଦେ ପଳାଶ
ରଂଗ ଦେ
ରଂଗ ନେ|
ତୁ ଥିଲେ
ଦୁଃଖ ସହଜରେ ଧରା ଦିଏ
ପୂର୍ଣ୍ଣିମା ରାତିରେ ଜହ୍ନରୁ
ପୃଥିବୀ ମାରାତ୍ମକ ଦେଖାଯାଏ|
————————-
© ® Rashmi Mohapatra