ତୁମ ଇଚ୍ଛାଦାନ ପରେ
ମୁଁ ମାଗିଥିଲି ମୋ ବଳକା ସର୍ବସ୍ୱ
ପାପ ଧୋଇ ସାରିଥିବା ଦେଉଳ ପାହାଚ
ମୋ ସଦା ବିସ୍ତାରିତ ମରୁରେ
ନିଶାର୍ଦ୍ଧର ଫୁଲ ଓ
କେରାଏ ସୂର୍ଯ୍ୟୋଦୟ।
ମାଗିନଥିଲି
ଉପୁଡି ପଡିଥିବା ଗଛର ଓହଳ
ମୋତେ ଘୋଡେଇ ପାରୁନଥିବା
ଅଣଓସାର ଚାଦର
ମୋ କ୍ଷତର ହିସାବ କିମ୍ବା
ମୋ ରତ ରତ ସନ୍ଧ୍ୟାର ଅନ୍ୟାନ୍ୟ ବିକଳ୍ପ।
© Rashmi Mohapatra