The Winter Solstice

Dead cold winter Sets fire to Heaps of worn out senses Dry planks of Revisiting yesterdays Thoughts useless Those could be limitless , The memories Ever create lot of fuss Longest darkness and Silent whispers, Knocks on the door Parting the sweet sorrow The untold stories Treaded carefully The footprints of winged love Lost it’sContinue reading “The Winter Solstice”

ବ୍ୟସ୍ତ ଚରାଚର

ଲକ୍ଷେ ଇଚ୍ଛା ପୂରିଗଲା ପରେ ଘିଅଦୀପ ହୁତହୁତ ଜଳୁଥାଏ ମନ ଓ ଚୈତନ୍ୟ ଆଗ ପଛ ଚାଲୁଥା’ନ୍ତି ନିର୍ଜନ ବେଢାରେ କୈବଲ୍ୟ କଣିକା ଖୁଣ୍ଟି ଖାଉଥାଏ ଦେଉଳିଆ ପାରା। ବେଳାଭୂମି ଛାଡିଦିଏ କେଇପାଦ ଶୂନ୍ୟସ୍ଥାନ ପ୍ରତି ବାଲିକଣା ତୋଳିଚାଲନ୍ତି ଅକୁହା କାହାଣୀର ରାଜା ରାଣୀଂକ ପ୍ରେମ ସରସର ଉଆସ ଆଶା ଆଶଂକାର ବ୍ୟଥା ବେଦନାର ଉତ୍ତାଳ ଲହଡି ମାଡିଆସେ ଖିନ୍ ଭିନ୍ ହେଇଯାଏ ଉଆସର ନକ୍ସା ମିଳେଇଯାଏ ପ୍ରେମର ପାଦଚିହ୍ନ। ଶୀତସଂଜର ଉହ୍ମେଇ ନିରପେକ୍ଷ ଉଷ୍ମତା ବାଣ୍ଚୁଥାଏContinue reading “ବ୍ୟସ୍ତ ଚରାଚର”

The Unreal Times

The night has woken upBut where am IThe road has lost it’s addressSignboards break a flashy scareThe windows are hiddenbehind the curtains ofStrange blindnessConcrete jungle has fallen asleepUnder a heavy dose of uncertaintyThe silent footstepsOf the assailant is growing closer. Oh! Right in my basketThe unknown attacker hidesTelling me not to move outfrom my paradiseToContinue reading “The Unreal Times”

ଭଂଗାରୁଜା ମଣିଷର କାହାଣୀ

ଭଂଗାରୁଜା ମଣିଷର କାହାଣୀ ତା ଆଗରେ ଦଶଟା ଆଁ ପେଟେ ପେଟେ ଭୋକ ଜୀବନଟା ସ୍ୱପ୍ନ ଆଉ ସ୍ୱପ୍ନ ମୃତ୍ୟୁ ସରସର ଅବିରତ ପାଦଶବ୍ଦର ବିକଳ୍ପ ଖୋଜୁଥିବା ରାସ୍ତାରେ ମାଦଳ ଗଡୁଥାଏ ବର୍ଷ ବର୍ଷ ଜମାକରିଥିବା ହତାଶାର ଗଣ୍ଠିଲି ମୁଣ୍ଡେଇ ରାତିଏ ବିଶ୍ୱାସ ବାନ୍ଧୁଥାଏ ଅନ୍ଧାର ପଣତରେ ଧରା ପଡେ ଜଳନ୍ତା ଆଖିରେ ତା’ ଅନ୍ଧକାର ଭୟ ଆକାଂକ୍ଷା ପ୍ରୟାସ ମୋଡି ଦିଅନ୍ତି ବେକ ପଂଜରାରୁ ବାରମ୍ବାର ଖସିପଡୁଥିବା ପରସ୍ତେ ଫଟା ଚମଡାର ଭାର କେତେ ସମ୍ଭାଳିବ!Continue reading “ଭଂଗାରୁଜା ମଣିଷର କାହାଣୀ”

ପଂଜୁରୀ ଭିତର ମଣିଷ ବିଷୟରେ

ଆମ ପ୍ଲାନ୍ ସବୁ ଭଣ୍ଡୁର ୟା ଭିତରେ ଆମେ ଭୁଲି ଯାଇଛେ ଯେ ଆମକୁ ରୋମାଣ୍ଟିକ୍ ଗୀତ ଗାଇ ଆସେ ଘାସଫୁଲରୁ କଂକି ଧରିଆସେ ପ୍ରଜାପତି ଡେଣାରେ ଉଡି ଆସେ ରଂଗେଇ ଆସେ ସନ୍ଧ୍ୟା ଓ ସକାଳ ଆମ ଭିତରେ ଟଣା ହୋଇ ଥିବା ଖିଏ ସୂତାରେ ଏ ପର୍ବତରୁ ସେ ପର୍ବତ ଲଂଘି ଆସେ ନାଚି ଆସେ ମୁନ୍ ୱାକ୍ ର ଷ୍ଟେପ୍ସରେ ଡିଡିଏଲ୍ଜେ ମାର୍କା ଭଲପାଇ ଆସେ। ଆମେ ଗୋଟେ ଭୟକୁ କବାଟ କିଳିଛେContinue reading “ପଂଜୁରୀ ଭିତର ମଣିଷ ବିଷୟରେ”

ଅନାବରଣ

ପାଣି ଧାର ଛୁଇଁବାକୁ ଆଉ ପାଦେ ବଢିବା ପୂର୍ବରୁ ମୋତେ କେହି ଶରବିଦ୍ଧ କରେ ଯଦି ମୁଁ କାହାକୁ ବା ଶାପ ଦେବି ସମସ୍ତେ ତ ପ୍ରିୟତମ ବୈଶାଖ ବି ଫାଲ୍ଗୁନ ବି କ୍ଷଣସ୍ଥାୟୀ ସନ୍ଧ୍ୟା ଓ ପାହାନ୍ତି ବି। ଏତେଶୀଘ୍ର ଫେର ନାହିଁ ଯଜ୍ଞ ବେଦୀ କାମ ସରିନାହିଁ ବାକି ଅଛି ମନ୍ତ୍ର ଉଚ୍ଚାରଣ ପୁଣ୍ୟ ବିତରଣ ଦିନର କପଟ ପଶା ରାତିର ସଦ୍ଭାବ ଭୟର ମୋହିନୀ ରୂପ ସମୟର ଅନାବରଣ। ମୋ ନିକାଂଚନ ପଦ୍ମବଣରେContinue reading “ଅନାବରଣ”

ଅନ୍ୟ ସକାଳ

ଦେଖିପାରୁଛନୀଳ ରଂଗ ଫେରିପାଇଥିବାଆକାଶର ଆନନ୍ଦବାଦାମୀ ବାଦଲଂକ ଚନ୍ଦ୍ରମଲ୍ଲୀ ହସ , ସୂର୍ଯ୍ୟର ସୁନାମୁହଁ ଓ ତା’ର କିୟତ୍ଅଂଶ ଛିଟିକି ପଡିଛିଅମାନିଆ ଭାବେ ବଢିଯାଇଥିବା ଡେଂଗା ଘର ମାନଂକ ଧୂଷର ଦେହରେ,ଲାଜେଇ ଯାଉଛନ୍ତି ଫାଳେମେଲା କ୍ଲାନ୍ତ ଝର୍କାମାନେବିଗତ ରାତିର ଫିସ୍ଫିସ୍ ହସର ସତେଜ ପୁଲକରେ,ବନ୍ଦ କବାଟରେ ଧକ୍କା ଦେଉଥିବା ପବନଂକ ବଦମାସିରେ ଶିହରି ଯାଉଛି ମୋ ଅମାନିଆପଣଧାଁ ଦଉଡ ଭୁଲିସାରିଥିବା ରାସ୍ତା ବି ଡାକୁନି ଚଗଲାମି କରିବାକୁ ହାତେ କି ଚାଖଣ୍ଡେ,ମୁଁ ସଜାଡି ହେଇଯାଉଛି କ୍ରମଶଃ ଏକ ସମୃଦ୍ଧContinue reading “ଅନ୍ୟ ସକାଳ”

Design a site like this with WordPress.com
Get started